Product Banner

ବିଦ୍ୟୁତ ଆଘାତରେ 2 ଗାଈ ମୃତ । ଲାଠିପଡ଼ା- ରଣପୁର ରାସ୍ତା ଅବରୋଧ , କ୍ଷତି ପୁରଣ ପରେ ହଟିଲା ଅବରୋଧ

ନୟାଗଡ଼ :- ବିଦ୍ୟୁତ ବିଭାଗର ଦାଇତ୍ବ ହୀନତା ପାଇଁ ଚାଲିଗଲା 2 ଗାଇଙ୍କ ଜୀବନ l କ୍ଷତିପୂରଣ ଦାବିରେ ଲାଠିପଡ଼ା- ରଣପୁର ରାସ୍ତା ଅବରୋଧ ସ୍ଥାନୀୟ ଲୋକ l ସୂଚନା ଅନୁଯାଇ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗମ୍ଭାରିଡ଼ିହି ପଞ୍ଚାୟତ ନୂଆ ଭୂତଡି ଗାଁରେ l ନୂଆ ଭୂତଡ଼ି ଗାଁ ବାଡିତଳେ 3 ଦିନ ହେବ ଏଲଟି ବିଦ୍ୟୁତ ତାର ଛିଡି ପଡ଼ିଥିବା ବେଳେ ଗାଁ ଲୋକ ବିଦ୍ୟୁତ ବିଭାଗଙ୍କୁ ଅଭିଯୋଗ କରୁଥିଲେ ବି ବିଭାଗ ଶୁଣୁନଧିଲା l ଆଜି ସ୍ଥାନୀୟ ଲାଠିପଡ଼ା ଗାଁର ଗୋଟିଏ ବଦଳ ଓ ଗୋଟିଏ ଗାଈ ଚାରିବାକୁ ଆସିଥିବା ବେଳେ, ଏଲଟି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ l ଗାଈ ଦୁଇଟି ଲାଠିପଡ଼ା ଗାଁର ପବିତ୍ର ବେହେରାଙ୍କ ହୋଇଥିବା ବେଳେ ପବିତ୍ର ଘଟଣା ସ୍ଥଳରେ ଅହଞ୍ଚି ଗାଈ ଦୂଇଟିକୁ ଆଣି ଲାଠିପଡ଼ା ବିଦ୍ୟୁତ ଷ୍ଟଚର ଆଗରେ ରଖି ଲାଠିପଡ଼ା- ରଣପୁର ରାସ୍ତା ଅବରୋଧ କରିଥିଲେ l ଖବର ପାଇ ନୟାଗଡ଼ ତହସିଲଦାର, ଇଟାମାଟି ଥାନା ଅଧିକାରୀ ଓ ବିଦ୍ୟୁତ ବିଭାଗ ଅଧକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l ଦୀର୍ଘ 3 ଘଣ୍ଟାରେ ବୁଝାସୁଝା ପରେ ରାସ୍ତା ରୋକ ହଟିଥିଲା l ପ୍ରାଥମିକ ଭାବେ ଗାଇର ମାଲିକଙ୍କୁ 15 ହଜାର ଟଙ୍କା ଦେବାସହ ପରେ ସରକାରୀ ନିୟମ ଅନୁଯାଇ କ୍ଷତିପୂରଣ ଦେବେ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ରୋକ ହଟିଥିଲା l

News Highlights
Image 1