Product Banner

ସିବିଏସଇ ଦ୍ବାଦଶ ପରୀକ୍ଷା ଫଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୋତର, ନୟାଗଡ଼ ର ସଫଳତା (ବାଣିଜ୍ୟ -୧୦୦% ବିଜ୍ଞାନ - ୯୧.୪୮%)

ନୟାଗଡ଼:- ସର୍ବ ଭାରତୀୟ ସ୍ତରରେ ୨୦୨୫-୨୬ ଶିକ୍ଷାବର୍ଷର ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ୮୫,୨୦% ପାସ୍‌ ହାଇ ଥିଲାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୋତର, ନୟାଗଡ଼ର ଫଳାଫଳବାଣିଜ୍ୟ ବିଭାଗରେ ଶତ ପ୍ରତିଶତ ଏବଂ ବିଜ୍ଞାନ ବିଭାଗରେ ୯୧.୪୮% ପାସ୍‌ ହାଇ ରଖୀ  ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି I ଏହି ସଫଳତା ଶିକ୍ଷକମାନଙ୍କର ନିଷ୍ଠା, ଅଭିଭାବକଙ୍କ ସ‌ହଯୋଗ ଓ ଛାତ୍ରଛାତ୍ରୀଙ୍କ ଅକ୍ଷୟ ପରିଶ୍ରମର ଫଳ ।ବାଣିଜ୍ୟ ବିଭାଗରେ ରେ ମୋଟ ୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ସମସ୍ତେ ସଫଳତାର ସହିଦ ଉତ୍ତୀର୍ରେ ହୋଇଛନ୍ତି ।
ଜ୍ୟୋତିରଞ୍ଜନ ପାତ୍ର ୪୬୨ ନମ୍ବର ସହ ୯୨.୪୦% ଅର୍ଜନ କରି ବାଣିଜ୍ୟ ବିଭାଗରେ ରେ ପ୍ରଥମ ସ୍ଥାନ ଅଧୁକାର କରିଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ମୋଟ ୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥୁରୁ ଅଧିକାଂଶ ଛାତ୍ରଛାତ୍ରୀ ଭଲ ନମ୍ବର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ସତ୍ୟବ୍ରତ ମହାପାତ୍ର ୪୪୭ ନମ୍ବର ସନ୍ଥ ୮୯,୪୦% ଅର୍ଜନ କରି ବିଦ୍ୟାଳୟରେ ସର୍ବୋଚ୍ଚ ସ୍ଥାନ ଅଧୁକାର କରିଛନ୍ତି । ପାର୍ଥ ସାରଥୀ ପଣ୍ଡା ୮୫,୮୦% ଓ ପାୟଲ ଶତପଥୀ ୮୪ ୬୦% ନମ୍ବର ପାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛନ୍ତି। ବିଦ୍ୟାଳୟର ପ୍ରଧାନ ଅଧ୍ଯକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ଷଡ଼ଙ୍ଗୀ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ତାଙ୍କର ଆଗାମୀ ଜୀବନ ସୁଖମୟ ହେଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ସଫଳତା ବିଦ୍ୟାଳୟ ପାଇଁ ଗର୍ବର ବିଷୟ ଏବଂ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଏହି ଧାରା ଅବ୍ୟାହତ ରହିବ।

News Highlights
Image 1