ନୟାଗଡ଼ :- ଉତ୍କଳ ପବ୍ଲିକ ସ୍କୁଲ ଗୋଡିପଡାର ପଞ୍ଚଦଶତମ ବାର୍ଷିକ ଉତ୍ସବ ସୋମବାର ସ୍କୁଲ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସ୍କୁଲର ସଭାପତି ଶରତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହିଉତ୍ସବରେ ବରିଷ୍ଠ ଶିକ୍ଷାବିତ, ସ୍ତମ୍ଭକାର ତଥା ନୟାଗଡ଼ ମଡେଲ ଡିଗ୍ରୀ କଲେଜ ଅଧ୍ୟକ୍ଷ ମାନସ ରଞ୍ଜନ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଓଡଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜ କିଶୋର ସାହୁ ମୁଖ୍ୟ ବକ୍ତା,ଶିକ୍ଷାପରିଷଦ ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ଦାଶ, ସ୍ଥାନୀୟ ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ଗୋଡିପଡା ସି ଆର ସି ସି ବିଜୟ କୁମାର ପୃଷ୍ଟି ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ "ବାର୍ଷିକ ଉତ୍ସବ ଶିଶୁର ଶିକ୍ଷା ସହିତ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ଓ ଶିଶୁକୁ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ "ବୋଲି ମତବ୍ୟକ୍ତ କରିଥିଲେ l ସ୍କୁଲ ସମ୍ପାଦିକା ତଥା ଅଧ୍ୟକ୍ଷା ରଞ୍ଜିତା ରାଣୀ ଷଢଙ୍ଗୀ ବାର୍ଷିକ ବିବରଣୀ ପାଠ କରିବାସହିତ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ବିଦ୍ୟାଳୟ ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶ୍ୱେତ କୁମାର ମିଶ୍ର ଓ ଦୁର୍ଗାପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀ ମାନେ କଣ୍ଠ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l ଶିକ୍ଷକ ଶ୍ରବଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l