Product Banner

ନୟାଗଡ଼ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ ।‘ସାମ୍ବାଦିକଙ୍କୁ ସୁରକ୍ଷା ଓ ପେନସନ ଲାଗୁ’

ନୟାଗଡ଼ : -  ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳ ଓ ଜିଲ୍ଲାର ୭ଟି ବ୍ଲକରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରୁ ଶୋଭାଯାତ୍ରାରେ ଯାଇ ସମସ୍ତ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଥିଲେ । ଜିଲ୍ଲାପାଳ ମଧୁମିତା ରଥଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅଧିସ୍ୱୀକୃତି କମିଟି ପୁର୍ନଗଠନ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକଙ୍କୁ ମାନ୍ୟତା ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ୬୦ ବର୍ଷରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା, ଓଡ଼ିଶା ପ୍ରେସ ଏକାଡେମୀ ଗଠନ, ରାଜଧାନୀରେ ଭବନ ନିର୍ମାଣ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧିକାରୀଙ୍କ ପିତା ମାତା ଏବଂ ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନଙ୍କୁ ସାମିଲ କରିବା, ମୃତ୍ୟୁକାଳୀନ ଅନୁକମ୍ପା ରାଶି ୧୦ ଲକ୍ଷକୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲା ସାମ୍ବାଦିକ ସାମିଲ ହୋଇଥିଲେ । ସମାନ ଭାବେ ଓଡ଼ଗାଁରେ ଅଶୋକ ମହାପାତ୍ର ଓ ସାରସ କୁମାର ମିଶ୍ର, ଦଶପଲ୍ଲା ପ୍ରେସ କ୍ଲବ ସଭାପତି ସୁରେଶ ଚନ୍ଦ୍ର ବେହେରା ସମ୍ପାଦକ ପ୍ରଫୁଲ କୁମାର ଦାଶ, ଗଣିଆରେ ଦେବୀ ପ୍ରସାଦ ଦାଶ, ଖଣ୍ଡପଡ଼ାରେ ଚିତ୍ତରଞ୍ଜନ ମିଶ୍ର, ଭାପୁରରେ ଶୁଭେନ୍ଦ୍ର ପଟ୍ଟନାୟକ, ରଣପୁରରେ ପ୍ରସନ୍ନ ସାମନ୍ତରାୟ, ନୂଆଗାଁରେ ଶିବଦତ୍ତ ପାତ୍ର, ହୃଦୟାନନ୍ଦ ସାସମଲଙ୍କ ନେତୃତ୍ୱରେ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟପକ୍ଷେ, ଆସନ୍ତା ୧ ତାରିଖରେ ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଓ ପ୍ରତିବାଦ ସଭା ସାମ୍ବାଦିକ ଭବନ ପରିସରରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ଏହି ବୈଠକରେ ସମସ୍ତ ସାମ୍ବାଦିକ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରିବାକୁ ସ୍ଥିର ହୋଇଛି ।

News Highlights
Image 1
Image 2
Image 3