Product Banner

ଓଲଟିଲା ଯାତ୍ରୀବାହୀ ବସ, ୨୩ ଆହାତ

ନୟାଗଡ଼ : - ନୟାଗଡ ଜିଲ୍ଲା ଭାପୁର ବ୍ଲକ୍ ରାକମାରୁ ନୟାଗଠ ଅଭିମୂଖେ ଆସୁଥିବା ବେବୀ ନାମକ ଘରୋଇ ବସ ରାସ୍ତାକଡକୁ ଓଲଟିଯିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି। ବସର ଡ୍ରାଇଭରଙ୍କ ବେପରୁଆ ଚାଳନା ଯୋଗୁ ଦୁର୍ଘଟଣା ହୋଇଥିବା ଆହତ ଯାତ୍ରୀମାନେ କହିଛନ୍ତି। ବସଟି ୪୦ରୁ ଅଧିକ ଯାତ୍ରୀ ନେଇ ନୟାଗଡ଼ ଆସୁଥିବା ବେଳେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାର ଖେଡପଡ଼ା ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଡ୍ରାଇଭର ଜଣଙ୍କ ନିଶାସେବନ କରିବା ସହ ତାଙ୍କ ନିକଟରେ ବସିଥିବା ଜଣେ ଯୁବତୀଙ୍କ ସହ କଥାବାର୍ତ୍ତା ହୋଇ ଗାଡି ଚଳାଉଥିଲେ ବୋଲି ଯାତ୍ରୀମାନେ କହିଛନ୍ତି। ଡ୍ରାଇଭର୍ ଅନ୍ୟମନସ୍କ ଥିବା ବେଳେ ଗୋଟିଏ ସାଇକେଲକୁ ସାଇଡ୍ ମାରି ବହୁତ ଜୋରରେ ଗାଡିକୁ କାଟି ଦେଇଥିଲେ। ଫଳରେ ଗାଡିଟି ଓଲଟି ପଡିଥିଲା। ସ୍ଥାନୀୟ ଲୋକମାନେ ଗାଡି ଭିତରୁ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ନୟାଗଡ଼ ମେଡିକାଲକୁ ପଠାଇଥିଲେ। ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ୨୩ ଜଣ ଆହତ ଆସିଥିବା ବେଳେ ସେମାନଙ୍କ ଭିତରୁ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ଅନ୍ୟ କିଛିଜଣ ସାମାନ୍ୟ ଆହତ ହୋଇ ଘରକୁ ଚାଲିଯାଇଥିବା ଜଣାପଡିଛି । ଆହତମାନଙ୍କ ଭିତରୁ କାହାର ଗଡ ହାତ ଭାଙ୍ଗିଛି ତ କାହାର ମୁଣ୍ଡ ଏବଂ ମୁହଁରେ ଆଘାତ ଲାଗିଛି । ଆହତଙ୍କ ମଧ୍ୟରେ ୧୬ ଜଣ ମହିଳା ଏବଂ ଦୁଇ ଜଣ ନାବାଳିକା ରହିଛନ୍ତି । ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରିଥିଲେ । ନୟାଗଡ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ମିଳିଛି । ଡ୍ରାଇଭର ଜଣଙ୍କ ନିଶା ସେବନ କରିଥିବା ଏବଂ ଗାଡ଼ି ଆଗ ସିଟରେ ବସିଥିବା ଜଣେ ମହିଳାଙ୍କ ସହ ବାର୍ତ୍ତାଳପ କରି ବେପରୁଆ ଭାବେ ଗାଡ଼ି ଚାଳନା କରୁଥିବା ଯାତ୍ରୀମାନେ କହିଛନ୍ତି ।

News Highlights
Image 1