Product Banner

ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ ।

​ନୟାଗଡ଼ -: ସଂସଦରେ ମହିଳା ବିଲ୍‌କୁ ବିରୋଧୀ ଦଳମାନେ ବାଧାପ୍ରାପ୍ତ କରିବା ପରେ, ସେମାନଙ୍କର ଅସଲ ଚେହେରା ଓ ମହିଳା ବିରୋଧୀ ମାନସିକତାକୁ ଜନସାଧାରଣଙ୍କ ସମ୍ମୁଖରେ ଉଜାଗର କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ଦେଶରେ ଅଭିଯାନ ଆରମ୍ଭ କରିଛି। ଏହି କ୍ରମରେ ଆଜି ନୟାଗଡ଼ ପୁରୁଣା ରାଜବାଟୀ ପରିସରରେ ନୟାଗଡ଼ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ବିଜେପି ସମ୍ପାଦିକା ସ୍ମୃତି ପଟ୍ଟନାୟକ, ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ୱାଇଁ, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟା ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ରାଜ୍ୟ ବିଜେପି ର ସଦସ୍ୟା ତଥା ସମାଜସେବୀ ମନୀଷା ଜେନା, ବିଜେପି ପୂର୍ବତନ ଜିଲ୍ଲା ସଭାପତି, ସନ୍ୟାସୀ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଲକ୍ଷ୍ମୀପ୍ରିୟା ତରାଇ, ସମ୍ପାଦକ ବିଜେପି ନୟାଗଡ଼ ଜିଲ୍ଲା କମିଟି ସାରଳା ସାମନ୍ତରାୟ, ଉପ ସଭାପତି ନୟାଗଡ଼ ଜିଲ୍ଲା କମିଟି, ବିଜେପି ମାଧବ ବେହେରା, ସମ୍ପାଦକ ବିଜେପି ନୟାଗଡ଼ ଜିଲ୍ଲା କମିଟି, ରୀଙ୍କିନା ଗୌଡ଼ ପ୍ରମୁଖ ଯୋଗ ଦେଇ ବିରୋଧୀ ଦଳଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳା ମାନଙ୍କ ସଶକ୍ତିକରଣ ପାଇଁ ଅଣାଯାଇଥିବା ଐତିହାସିକ ବିଲ୍‌କୁ କେବଳ ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀମାନେ ଅଟକାଇ ରଖିଛନ୍ତି। ଏହା ଭାରତର ୭୦ କୋଟି ମହିଳାଙ୍କ ପ୍ରତି ଏକ ଅପମାନ ବୋଲି ନେତୃ ବୃନ୍ଦ ମତ ପ୍ରକାଶ କରିଥିଲେ। ​ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ବିଜେପି ର ବରିଷ୍ଠ ସଦସ୍ୟ ନସିର ଅହମ୍ମଦ ପରିଚାଳନା କରିଥିଲେ।

News Highlights
Image 1