Product Banner

ବିଶ୍ଵ ମ୍ୟାଲେରିଆ ଦିବସ 2026

ନୟାଗଡ଼ :- ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ବ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାପାଳ ମଧୁସ୍ମିତା ରଥ ଅଧ୍ଯକ୍ଷତା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍‌ ଭାବରେ ଢ଼. ସୁଶାନ୍ତ କୁମାର ସ୍ବାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡ଼. ବନମାଳୀ ପ୍ରଧାନ ADPHO, (VBD), ଡିପିଏମ୍, ପ୍ରକାଶ ବାନାର୍ଜୀ, ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ, ଏବଂ ଅଗ୍ରଦୂତ ନସିଂ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ ଉକ୍ତ ବୈଠକରେ ମ୍ୟାଲେରିଆ ରୋଗ ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ୨୦୧୬ ବର୍ଷ ଏହି ରୋଗର ପ୍ରକୋପ ଖୁବ ଅଧ‌ିକ ଥିଲା । ଜିଲ୍ଲାରେ LLIN ମଶାରୀର ବଣ୍ଟନ, ବର୍ଷକୁ ଦୁଇଥର ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ ଫଳରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ API, ୧ ରୁ କମ୍ ଅଛି । ଜିଲ୍ଲାର 970 ଜଣ ଆଶାକର୍ମୀ ଘରକୁ ଘର ବୁଲି RDT ମାଧ୍ୟମରେ ଜ୍ବର ରୋଗୀଙ୍କ ରକ୍ତ ପରୀକ୍ଷା ସହ ମଶାରୀ ବ୍ୟବହାର ବିଷୟରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । 2026 ବର୍ଷର ବିଶ୍ୱ ମ୍ୟାଲେରିଆ ଦିବସର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ମ୍ୟାଲେରିଆ କୁ ଶେଷ କରିବା ପାଇଁ ସଂକଳ୍ପବଦ୍ଧ । "ଏବେ ଆମେ କରି ପାରିବା ଏବଂ ଏବେ ଆମକୁ କରିବାକୁ ହେବ ।'' ସମସ୍ତଙ୍କ ମିଳିତ ପ୍ରୟାସରେ ମ୍ୟାଲେରିଆ କୁ ଦମନ କରିପାରିବା ବୋଲି ଅତିଥି ମାନେ ଆଲୋକପାତ କରିଥିଲେ ।

News Highlights
Image 1