Product Banner

ପିଏମଶ୍ରୀ ନାରାୟଣ ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଭିତ୍ତିକ ପରିଦର୍ଶନ l

ପିଏମଶ୍ରୀ ନାରାୟଣ ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଭିତ୍ତିକ ପରିଦର୍ଶନ l

ନୟାଗଡ :- ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଯିବା ସହିତ ବିଭିନ୍ନ ସ୍ଥାନକୁ ଯାଇ ପ୍ରତ୍ୟକ୍ଷ ଶିକ୍ଷା ଗ୍ରହଣ କରିବା ପାଇଁ ବ୍ୟବସ୍ଥା କରିଥିବା ବେଳେ ପିଏମଶ୍ରୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଶରଣକୁଳର ଛାତ୍ରଛାତ୍ରୀ ମାନେ ଶୁକ୍ରବାର ଏହି ଶିକ୍ଷାଭିତ୍ତିକ ପରିଭ୍ରମଣ କରିଛନ୍ତି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଷଷ୍ଠ ରୁ ଦଶମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ତିନି ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍କଳୀୟ କଳା, ସାହିତ୍ୟ,ସଂସ୍କୃତି, ଐତିହାସିକ ସ୍ଥିତି ଓ ପରମ୍ପରାର ସ୍ବର୍ଣ୍ଣ ସ୍ଵାକ୍ଷର ବହନ କରିଥିବା ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟ, ସାଇନ୍ସ ପାର୍କ ଓ ନନ୍ଦନକାନନ ଆଦି ସ୍ଥାନ ଗୁଡିକୁ ପରିଭ୍ରମଣ କରି ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିଥିଲେ l  ଜନାର୍ଦ୍ଦନ ପରିଡା, ପ୍ରଜ୍ଞା ପାରମିତା ସାହୁ, ପ୍ରଶାନ୍ତ କୁମାର ଦାଶ, ସଚ୍ଚିଦାନନ୍ଦ ପାତ୍ର, ଦୀପକ କୁମାର ନାୟକ, ବିକାଶ କୁମାର ନାୟକ ରଶ୍ମିତା ବେହେରା, ରୋଜାଲିନ ମିଶ୍ର, ଚିତ୍ତରଞ୍ଜନ ଦାଶ, ମମତା ମିଶ୍ର, ଶୁଭସ୍ମିତା ସାହୁ, ଦାମୋଦର ସାହୁ, ଜୟଦେବ ସାହୁ, ଚନ୍ଦନ ମଲ୍ଲିକ, ଗୌରାଙ୍ଗ ସାହୁ, ଆଲୋକ କୁମାର ମଲ୍ଲିକ, ସୃଷ୍ଟି ସୃଜନୀ ମହାପାତ୍ର, ପ୍ରତିଭା ମଞ୍ଜରୀ ସ୍ୱାଇଁ, ରଞ୍ଜନ କୁମାର ପୃଷ୍ଟି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭ୍ରମଣ ସମୟରେ ଉପସ୍ଥିତ ରହି ପିଲାଙ୍କ ପ୍ରତ୍ୟକ୍ଷ ଜ୍ଞାନ ଆହରଣରେ ସହଯୋଗ କରିଥିଲେ l ଛାତ୍ର ଛାତ୍ରୀ ମାନେ ଆନନ୍ଦର ସହିତ ଏସବୁ ସ୍ଥାନ ଗୁଡିକ ପରିଭ୍ରମଣ କରିଥିଲେ l

News Highlights
Image 1