Product Banner

ଓଡିଶା ଦିବସ -୨୦୨୬ ଏବଂ ନୟାଗଡ଼ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଓଡିଶା ଦିବସ -୨୦୨୬ ଏବଂ ନୟାଗଡ଼ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନୟାଗଡ :- ତା. ୧୮. ୦୩. ୨୦୨୬ରିଖ ଅପରାହ୍ନ ୪ଘଟିକାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ମାଜିଷ୍ଟ୍ରେଟ ମଧୁମିତା ରଥଙ୍କ ଅଧକ୍ଷତାରେ ଓଡିଶା ଦିବସ -୨୦୨୬ ଏବଂ ନୟାଗଡ଼ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଓଡ଼ିଶା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକର ଆଲୋଚନା କରାଯାଇଥିଲା। ଉକ୍ତ ଦିନ ସକାଳ ୬ ଘଟିକାରୁ ୭ଘଟିକା ମଧ୍ୟରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ଦେଶାତ୍ମବୋଧକ ସଂଗୀତର ପ୍ରଚାର ପ୍ରସାର କରାଯିବ l ଏହା ପରେ ସକାଳ ୮ ଘଟିକାରେ ପୌରପରିଷଦ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ କରାଯିବାକୁ ସ୍ଥିର କରାଯାଇଛି l ଜିଲ୍ଲାସ୍ତରୀୟ ଓଡ଼ିଆ ବକୃତା ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା କରାଯିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ଦିବା ୧୧ ଘଟିକା ସମୟରେ ନୟାଗଡ଼ ଜିଲ୍ଲାର ଉତ୍କଳ ସମ୍ମିଳନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଯଥା କୁଇଜ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହେବ l ସନ୍ଧ୍ୟା ୬ଘଟିକା ୩୦ମିନିଟ ସମୟରେ ସାଧାରଣ ସଭା ପଠାଣି ସାମନ୍ତ ସଂସ୍କୃତି ଭବନରେ କରାଯିବ ବୋଲି ସ୍ଥିର କରାଯାଇଛି l ଏଥି ସହିତ ଫ୍ୟାନସି ଡ୍ରେସ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବାକୁ ସ୍ଥିର କରାଗଲା l ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଆଲୋକ ମାଳାରେ ସୁସଜ୍ଜିତ କରିବା ପାଇଁ ନିର୍ଦେଶ ମଧ୍ୟ ଦିଆଯାଇଛି l ଉକ୍ତ ଦିନ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ବିଭାଗକୁ ଅନୁରୋଧ କରାଯାଇଛି l ଆସନ୍ତା ତା ୦୨. ୦୪. ୨୦୨୬ରିଖ ଦିନ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ସନ୍ଧ୍ୟା ୬ଘଟିକା ୩୦ ମିନିଟ ସମୟରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ କରାଯିବାକୁ ସ୍ଥିର କରାଗଲା l ସକାଳ ୭ଘଟିକା ସମୟରେ ଏକ ମାରାଥନ ରାଲି ଆୟୋଜନ କରାଯିବାର ପ୍ରସ୍ତାବକୁ ସମର୍ଥନ କରାଯାଇଥିଲା l ପ୍ରତି ବ୍ଲକରୁ ଗୋଟିଏ ଗୋଟିଏ ସାଂସ୍କୃତିକ ଅନୁଷ୍ଠାନକୁ ମନୋନୀତ କରି ପଠାଇବା ପାଇଁ ବିଡ଼ିଓ ମାନଙ୍କୁ ଅନୁରୋଧ କରାଯାଇଛି l ସଭାର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଏବଂ ମାନ୍ୟବର ବିଧାୟକମାନଙ୍କର ପ୍ରତିନିଧି, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ପୌର ପରିଷଦ ଅଧକ୍ଷା, ନୟାଗଡ଼ ନିରୁପମା ଖଟେଇ, ବିଭିନ୍ନ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଜୟାନନ୍ଦ ନାୟକ, ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷକ, ପୋଲିସ ବିଭାଗ, ବରିଷ୍ଠ ନାଗରିକ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l

News Highlights
Image 1