Product Banner

ରନ୍ଧନ ଗ୍ୟାସ ଉପରେ ପଡିଲା ଯୁଦ୍ଧର ପ୍ରଭାବ

ଯୁଦ୍ଧର ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡ଼ିଛି। ଆଜି ରାଜଧାନୀ ଭୁବନେଶ୍ବର ରନ୍ଧନ ଗ୍ୟାସର ଅଭାବ ଦେଖାଦେଇଛି। କେବଳ ଭୁବନେଶ୍ୱର ନୁହେଁ ନୟାଗଡ଼ ଭଳି ପ୍ରାୟ ସମସ୍ତ ଜିଲ୍ଲାରେ ମଧ୍ୟ ଗ୍ରାହକମାନେ ଗ୍ୟାସ୍‌ ଏଜେନ୍ସିଙ୍କ ଆଗରେ ଘଣ୍ଟା ଘଣ୍ଟା ଭିଡ଼ ଲଗାଇ ନିରାଶ ହୋଇ ଫେରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ଅନେକ ଏଜେନ୍ସି ଆଗରେ ପ୍ରବଳ ଗଣ୍ଡଗୋଳ ବି ହୋଇଛି। ଆଗୁଆ ବୁକିଂ କରିଥିଲେ ବି କାହିଁକି ଗ୍ୟାସ ମିଳୁନି ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଆଜି ଦିନତମାମ ଚେଷ୍ଟା କରି ବି ଗ୍ରାହକମାନେ ନୂଆ ଗ୍ୟାସ ବୁକିଂ କରିପାରିନାହାନ୍ତି। ଏଜେନ୍ସିମାନେ ଷ୍ଟକ୍‌ ଆସିନଥିବାରୁ ଗ୍ୟାସ ମିଳିବା ବିଳମ୍ବ ହେବ କହି ଗ୍ରାହକଙ୍କୁ ଫେରାଉଛନ୍ତି। ଉପରୁ ନିର୍ଦ୍ଦେଶ ଥିବା କହି ଏଜେନ୍ସିମାନେ ନୂଆ ଗ୍ୟାସ ସଂଯୋଗ ଦେବାକୁ ବି ଖୋଲାଖୋଲି ମନା କରି ଦେଉଛନ୍ତି। ଯୁଦ୍ଧ ପରିସ୍ଥିତିରେ ଏଭଳି ସମସ୍ୟା ଗ୍ରାହକଙ୍କୁ ଏକ ଅସ୍ଥିର ପରିସ୍ଥିତିରେ ରଖିଛି। ଗ୍ୟାସ୍‌ ମିଳିବ କି ମିଳିବନି, ଗ୍ରାହମାନେ ଦ୍ବନ୍ଦ୍ବରେ ରହିଛନ୍ତି।

ଯୋଗାଣ ବିଭାଗ ସହକାରୀ ଯୋଗାଣ ଅଧିକାରୀ କହିଛନ୍ତି, ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ। ଅଯଥା ଗୁଜବ ଖେଳାଯାଉଛି। ଯେଉଁଥିପାଇଁ ଲୋକେ ବି ଅସୁବିଧାରେ ପଡ଼ୁଛନ୍ତି। ଏଭଳି ଗୁଜବରେ କେହି ବିଶ୍ବାସ କରନ୍ତୁନି।

News Highlights