Product Banner

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ

ନୟାଗଡ଼ :- ନୟାଗଡ଼ ଜିଲ୍ଲାର ସୃଜନ ସମ୍ମିଳନୀ କକ୍ଷରେ ମାନ୍ୟବର ସାଂସଦ, କଟକ ଭର୍ତ୍ତୃହରି ମହତାବଙ୍କ ଅଧକ୍ଷତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର ସାଂସଦ, କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ, ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନନୀୟ ଅଧକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନନୀୟା ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ବିଷ୍ନୁପ୍ରିୟା ବେହେରା, ସମ୍ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନନୀୟ ମୁଖ୍ୟ ଉନ୍ନୟନ ଅଧିକାରୀ, ଲଗ୍ନଜିତ ରାଉତ ପ୍ରମୁଖ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲା କୃଷି ବିଭାଗର ୨୦୨୪-୨୫ ଏବଂ ୨୦୨୫-୨୬ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା l ମୁଖ୍ୟ ଉନ୍ନୟନ ଅଧିକାରୀ MGNREGA ଉପରେ ଆଲୋଚନା କରିଥିଲେ l ପୋଖରୀ ଖୋଳାଯିବା / ପୋତା ହେବା /ଜବ କାର୍ଡ ବିଷୟରେ ସମୀକ୍ଷା କରାଯାଇଥିଲା l ଅଧିକ୍ଷଣ ଯନ୍ତ୍ରୀ OPTCL ଙ୍କୁ ୟୁନିଟ କଷ୍ଟ ଏବଂ ସବସିଡି ଉପରେ ସମୀକ୍ଷା କରାଯାଇଥିଲା l OREDA ଫଣ୍ଡରୁ ୩ ଗୋଟି ସ୍କୁଲକୁ ସୋଲାର ଲାଇଟ ସଂଯୋଗୀକରଣ / ଜଙ୍ଗଲ ବିଭାଗର ରାସ୍ତା / ଜିଲ୍ଲା ଶିଳ୍ପ କେନ୍ଦ୍ରର PMEGP ଋଣ ମଞ୍ଜୁର ବିଷୟରେ ଏବଂ ଷ୍ଟେଟ ବ୍ୟାଙ୍କ ଓ କାନାଡ଼ା ବ୍ୟାଙ୍କକୁ ଲକ୍ଷପତି ଦିଦିର ମେଳା କରିବାରେ ସହଯୋଗ କରିବା ବିଷୟରେ ପରାମର୍ଶ ଦିଆଯାଇଥିଲା l ମିଶନ ଶକ୍ତିର ପୋଟେନସିଆଲ ଲକ୍ଷପତି ଦିଦି ପୂର୍ଵ ବର୍ଷର ୬୧୦୦୪ଏବଂ ଏ ବର୍ଷର ୩୦୦୦୦ ମୋଟ ୯୧୦୦୪ ଜଣ ଟାର୍ଗେଟରେ ଥିବାବେଳେ ୮୫୧୪୭ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇ ପାରିଛନ୍ତି l ବୃତ୍ତଙ୍ଗ ପ୍ରୋଜେକ୍ଟ ର ଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ବୈଠକରେ ବିରକ୍ତି ପ୍ରକାଶ କରାଯାଇଥିଲା l ସେହିପରି ଅଧିକ୍ଷଣ ଯନ୍ତ୍ରୀଙ୍କ ଜଳ ଜୀବନ ମିଶନରେ ନଳକୂପ / ସୌର ଚାଳିତ ନଳକୂପ ବିଷୟରେ ସମୀକ୍ଷା କରାଯାଇଥିଲା ଏବଂ ୩୧. ୧୨. ୨୬ ସୁଦ୍ଧା ପ୍ରତି ଗାଁକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ପ୍ରତିଶୃତି ଦେଇଥିଲେ l ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଧନ୍ୟବାଦ ପ୍ରଦାନ କରିବା ପରେ ସଭା ସାଙ୍ଗ କରାଯାଇଥିଲା l

News Highlights