Product Banner

ଶୋକାକୁଳ ପରିବେଶରେ ପଞ୍ଚଭୂତରେ ବିଲୀନ ହେଲେ ଯୁବ ଆର୍ମି ଅଫିସର ସୁଶାନ୍ତ

ନୟାଗଡ଼ :- ନୟାଗଡ଼ ପୁରୁଣା ସହରର ଯୁବ ଆର୍ମି ଅଫିସର ସୁଶାନ୍ତ କୁମାର ବେହେରା ଆସାମର ଗୌହାଟୀଠାରେ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ । ସୁଶାନ୍ତଙ୍କ ମସ୍ତିଷ୍କରେ ସମସ୍ୟା ଦେଖାଦେବା ପରେ ତାଙ୍କୁ କୋଲକାତା ଆର୍ମି କମାଣ୍ଡୋ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ଏବଂ ମସ୍ତିଷ୍କରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । କିନ୍ତୁ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଗତ ୪ ତାରିଖ ଦିନ ଆର୍ମି ହସ୍ପିଟାଲରେ ଦେହାନ୍ତ ହୋଇଥିଲା।  ମୃତଦେହ ଜନ୍ମମାଟି ନୟାଗଡ଼କୁ ଅଣାଯିବା ପରେ ରାଷ୍ଟ୍ରୀୟ ସମ୍ମାନ ସହ ତୋପ ସଲାମୀ ପ୍ରଦାନ କରାଯାଇ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିଲା।  ପ୍ରଶାସନ, ପରିବାର, ବନ୍ଧୁବାନ୍ଧବ ଓ ଶତାଧିକ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ମଧ୍ୟରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଦେଶ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଏହି ଯୁବ ଅଧିକାରୀଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

News Highlights
Image 1
Image 2