ନୟାଗଡ଼ :- ଆଜି ଦିବା ୧୧:୦୦ଘଟିକା ସମୟରେ ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଏକ ସ୍ବାବଲମ୍ବୀ ଦକ୍ଷତା ଭିତ୍ତିକ ତାଲିମ କାର୍ଯକ୍ରମ ଉଦ୍ ଘାଟିତ ହୋଇଯାଇଅଛି । ଉକ୍ତ ଉଦ୍ ଘାଟନ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମହୋଦୟା ଜିଲ୍ଲା ସହକାରୀ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ସାମନ୍ତ୍ରରାୟ, ଜିଲ୍ଲା ସବ-ଡିଭିଜନାଲ ଆରକ୍ଷୀ ଅଧିକାରୀ ସୃଷ୍ଟି ପ୍ରଧାନ, ଜିଲ୍ଲା କାରାଗାର ଅଧୀକ୍ଷକ ଶ୍ରୀଯୁକ୍ତ ବାବୁଲି ବାରିକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ମନସ୍ବୀ ସେଠୀ ଓ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ସେଠୀ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ । ପ୍ରଥମେ ଜିଲ୍ଲାପାଳ ମହୋଦୟା ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ ଘାଟନ କରିବା ସହ କାରାଗାର ହିତାକାରୀ ମାନେ କିଭଳି କାରାଗାର ମଧ୍ଯରେ ଏବଂ କାରାଗାରରୁ ମୁକୁଳିବା ପରେ ସ୍ବାବଲମ୍ବୀ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଅକ୍ଷକ ଶ୍ରୀଯୁକ୍ତ ବାବୁଲି ବାରିକ ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧୁକାରୀ ଶ୍ରୀଯୁକ୍ତ ମନସ୍ବୀ ସେଠୀ ମହୋଦୟ ଆଗାମୀ ଦିନରେ କାରାଗାରରେ ତାଲିମ ନେବା ପରେ କାରାଗାର ହିତାଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ କିଭଳି ବିକ୍ରି ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ମହୋଦୟାଙ୍କୁ ଅନୁରୋଧ କରିଥିଲେ । ଜନ ଶିକ୍ଷଣ ସଂସ୍ଥାନ, ନୟାଗଡ଼ ତରଫରୁ ହିତାଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଭିଭିକ ତାଲିମ ଉପକରଣ ଜିଲ୍ଲାପାଳ ଓ ସହକାରୀ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରା ବଣ୍ତନ କରାଯାଇଥିଲା । ଶେଷରେ ସମସ୍ତ ଅତିଥୀ କାରାଗାର ପରିସରରେ ପ୍ରସ୍ତୁତ ହେବାକୁ ଥିବା ତାଲିମ ସାମଗ୍ରୀ ଗୁଡିକର ନମୁନା ଦେଖୁଥିଲେ । ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ଶ୍ରୀଯୁକ୍ତି ମନୋଜ କୁମାର ସେଠୀ ଉକ୍ତ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଏବଂ କାରାଗାର ଅଧୀକ୍ଷକଙ୍କୁ ଧନ୍ୟବାଦ ଅର୍ପଣ ସହ ଆଗାମୀ ଦିନରେ ତାଲିମର ସଫଳ ରୂପାୟନ କାମନା କରିଥିଲେ ।