Product Banner

ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ‘ଶିକ୍ଷକ ସେବା ନିବୃତ ହୋଇଥାନ୍ତି, କିନ୍ତୁ ଅବସର ନଥାଏ’

ନୟାଗଡ଼ :- ନୟାଗଡ଼ ଜିଲ୍ଲା ସଦରବ୍ଲକ ଓ ନଗରପାଳିକା ଆନୁକୁଲ୍ୟରେ ଆଜି ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ କାଯ୍ୟକ୍ରମରେ ୬ ଶହରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକ ଓ ଅବସରପ୍ରାପ୍ତ ଅଧ୍ୟାପକ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ ଏବଂ ଅନେକ ନିର୍ବାଚିତ ଜନପ୍ରତିନିଧି ଗୁରୁଙ୍କୁ ଉତ୍ତରୀୟ ଫୁଲ, ଚନ୍ଦନ ଦେଇ ସମ୍ବର୍ନ୍ଧିତ କରିଥିଲେ । ଅତିଥିଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହି କାଯ୍ୟକ୍ରମ ଅନନ୍ୟ ବୋଲି ମତ ରଖିଥିଲେ। ଏହା ନୟାଗଡ଼ରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲେ । ସମାଜ ପ୍ରତି ଗୁରୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଅନ୍ୟତମ ଅତିଥି ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଗୁରୁଦିବସ ଉପରେ ଧାର୍ମିକ ବକ୍ତବ୍ୟ ରଖିଥିଲେ। ନୟାଗଡ଼ ବିଧାୟକ ତାଙ୍କ ବକ୍ତବ୍ୟରେ ଯିଏ ଆମକୁ କିଛି ଦେଇଛନ୍ତି ସମାଜକୁ କିଛି ଦେଇଛନ୍ତି, ସେମାନେ ଚିର ନମସ୍ୟ ବୋଲି କହିଥିଲେ। ଦେଶରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସାୟରେ ପରିଣତ ହୋଇଛି । ଏହା ବନ୍ଦ ହେବା ଆବଶ୍ୟକ ବୋଲି କହିଥିଲେ । ଭୋଟ ଦେବାକୁ ଯାଉଥିବା ଛାତ୍ରମାନେ ଶିକ୍ଷା ପାଇଁ ସରକାର କରିଥିବା ବଜେଟକୁ ପଢ଼ିବା ଆବଶ୍ୟକ ବୋଲି କହିଥିଲେ । କୈାଣସି ଶିକ୍ଷକ ତାର ଛାତ୍ରକୁ ଦୁର୍ନିତୀ ଓ ଭ୍ରଷ୍ଟାଚାରୀ ହେବାକୁ ଶିକ୍ଷା ଦେଇନାହାନ୍ତି କିନ୍ତୁ ଶିକ୍ଷିତମାନେ ଏସବୁ କହିବାର ସମ୍ଭାବନା ରଖିଥାନ୍ତି। ଛାତ୍ର ଭିତରେ କିଭଳି ଅହଂକାର ରହିବ ନାହିଁ, ତାହାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ଶିକ୍ଷକମାନେ ସେବାରୁ ନିବୃତ ହୋଇଥାନ୍ତି, କିନ୍ତୁ ସେମାନଙ୍କର ଅବସର ନଥାଏ। ଶିକ୍ଷାଦାନ ଓ ଶିକ୍ଷା ବିକ୍ରି ମଧ୍ୟରେ ଅନେକ ପ୍ରଭେଦ ଅଛି। ଶିକ୍ଷାକୁ କିଣୁଥିବା ବ୍ୟକ୍ତି ନିଶ୍ଚିତ ଅମାପ ସମ୍ପତ୍ତି ଠୁଳ କରିବାକୁ ଆଶା ରଖିଥାନ୍ତି । କାଉନସିଲର ରୁଦ୍ରପ୍ରସନ୍ନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

News Highlights
Image 1
Image 2