Product Banner

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ :- ନୟାଗଡଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଖଟିଆ ଭାଲିଆ ମୋଡ କାଜୁ ଜଙ୍ଗଲରୁ ବେକ କଟା ଝୁଲନ୍ତା ଅବସ୍ଥାରେ ଏକ ଯୁବକର ମୃତଦେହ ଉଦ୍ଧାର ହୋଇଛି | ପାରିପାର୍ଶ୍ଵିକ ଅବସ୍ଥାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ମୃତ ଯୁବକ ଜଣକ ଇଟାମାଟି ଥାନା କୋଡିଏ କାହାଣିଆ ମାନସ ବେହେରା (୨୮) ବୋଲି ଜଣା ପଡିଛି। ଘଟଣାସ୍ଥଳରେ ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ, ଶରଣକୁଳ ପୋଲିସ ଉପ ଖଣ୍ଡିୟ ଅଧିକାରୀ ଦୀପ୍ତିକାନ୍ତ ପ୍ରଧାନ ପହଁଚି ତଦନ୍ତ ଜାରି ରଖିଥିବା ଜଣାପଡିଛି। 

News Highlights