Product Banner

ତାଣ୍ଡବ ରଚିଲା କାଳବୈଶାଖୀ ଝଡ଼

ନୟାଗଡ଼:- ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ ଝଡ଼ । ସେପରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ କାଳବୈଶାଖୀ ସହିତ
ପ୍ରବଳ ବର୍ଷା, ପବନ ସହ କୁଆପଥର ମାଡ଼ ଓ ଭାଙ୍ଗି ପଡିଛି ଗଛ ଏବଂ ଉପୁଡ଼ି  ପଡିଛି ବିଶ୍ୱପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ତୋରଣ । ଆଜି ହେଉଛି ବିଶ୍ବପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା। ଲଙ୍କା ପୋଡ଼ି ପୂର୍ବରୁ ବତାସରେ ଉଡ଼ିଯାଇଥିଲା ରାବଣର ମୁଣ୍ଡ । ଯାତ୍ରାରେ ପଡ଼ିଥିବା ମୀନାବଜାରରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବାହାରୁ ଆସୁଥିବା ଦର୍ଶକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
NH-୫୭ରେ ଗଛ ଡାଳ ପଡ଼ି ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

News Highlights