ହୁରୁନ ବିଶ୍ବ ଧନୀ ତାଲିକା ୨୦୨୬ ଅନୁସାରେ ମୁକେଶଙ୍କ ସମ୍ପତ୍ତି ୯ ପ୍ରତିଶତ ବଢ଼ି ୯.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆଦାନୀଙ୍କ ସମ୍ପତ୍ତି ଏହି ସମୟରେ ୧୪ ପ୍ରତିଶତ ବଢ଼ି ୭.୫ ଲକ୍ଷ କୋଟି ଟଙ୍କା ରହିଛି। ଧନୀ ଭାରତୀୟ ଭାବେ ତୃତୀୟ ସ୍ଥାନରେ ଏଚ୍ସିଏଲ୍ ଟେକ୍ର ରୋଶନି ନାଦର ମଲହୋତ୍ରା ରହିଛନ୍ତି। ତାଙ୍କ ସମ୍ପତ୍ତି ୧୦ ପ୍ରତିଶତ ହ୍ରାସ ପାଇ ୩.୨ ଲକ୍ଷ କୋଟି ଟଙ୍କା ରହିଛି। ୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ସାଇରସ୍ ପୁନାୱାଲା ରହିଛନ୍ତି। ପଞ୍ଚମ ସ୍ଥାନରେ କୁମାର ମଙ୍ଗଳମ ବିର୍ଲା।